ଆମ୍ବ ଖିରୀ

ଆବଶ୍ୟକ ସାମଗ୍ରୀ
କ୍ଷୀର – ୧ଲିଟର
ଛୋଟ ଛୋଟ ଖଣ୍ଡ କରି ଆମ୍ବକୁ କାଟି ରଖନ୍ତୁ
ଆମ୍ବ ରସ – ୧କପ
ବାସୁମତୀ ଚାଉଳ – ୧କପ (ଭିଜାଯାଇଥିବା )
ଚିନି – ୧କପ
ଗୁଜୁରାତି ଗୁଣ୍ଡ – ଅଳ୍ପ
କଟା କାଜୁ – ୮ଟି
ବାଦାମ – ୮ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ କଡ଼େଇ ବସାନ୍ତୁ। କଡ଼େଇରେ କ୍ଷୀର ପକାଇ ଏହାକୁ ଫୁଟାନ୍ତୁ। କ୍ଷୀର ଫୁଟିବା ପରେ ଏଥିରେ ଭିଜାଯାଇଥିବା ଚାଉଳକୁ ପକାଇ ଗୋଳାନ୍ତୁ। ଚାଉଳ ନରମ ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ। ୧୫ ରୁ ୨୦ ମିନିଟ ମଧ୍ୟରେ ଚାଉଳ ଭଲ ଭାବେ ନରମ ହୋଇଯିବ। ଏବେ ଏଥିରେ କାଜୁ ଓ ବାଦାମ ପକାନ୍ତୁ। ଏହାପରେ ଚିନି ପକାଇ ଗୋଳାନ୍ତୁ। ଏବେ ଏହାକୁ ଗ୍ୟାସରୁ ଓହ୍ଲାଇ ଥଣ୍ଡା କରି ଦିଅନ୍ତୁ। ଥଣ୍ଡା ହେବା ପରେ ଏଥିରେ ଆମ୍ବର ରସ ଆମ୍ବର କଟା ହୋଇଥିବା ଖଣ୍ଡ ମିଶାନ୍ତୁ। ଏହା ଉପରେ କିଛି କାଜୁ ଓ ବାଦାମ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆମ୍ବ ଖିରୀ।

Comments are closed.