ବଟର ଚିକେନ

ଆବଶ୍ୟକ ସାମଗ୍ରୀ

ଚିକେନ – ୫୦୦ ଗ୍ରାମ

ବଟର – ୨୦୦ ଗ୍ରାମ

ରସୁଣ ପାଖୁଡ଼ା – ୮ ରୁ ୧୦ଟି

କଟା ଟମାଟୋ – ୪ଟି

କଟା କଞ୍ଚା ଲଙ୍କା – ୪ଟି

କଟା ଅଦା – ଅଳ୍ପ

ହଳଦୀ ଗୁଣ୍ଡ – ଅଳ୍ପ

ଧନିଆ ଗୁଣ୍ଡ – ଅଳ୍ପ

ଲଙ୍କା ଗୁଣ୍ଡ – ୧ ଚାମଚ

ପିଆଜ – ୨ଟି

ଚିକେନ ମସଲା – ୧ ଚାମଚ

ଲୁଣ – ଆବଶ୍ୟକ ପରିମାଣରେ

ତେଲ – ଆବଶ୍ୟକ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଓ ଲୁଣ ଗୋଳାଇ ରଖି ଦିଅନ୍ତୁ। ପିଆଜ, ଅଦା, ରସୁଣକୁ ଭଲ ଭାବେ ପେଷି ଏକ ପାତ୍ରରେ ଏହି ମସଲାକୁ କାଢି ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇ ବସାଇ ଏଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ରଖିଥିବା ବଟା ମସଲାକୁ ପକାଇ କଷନ୍ତୁ। ମସଲା ଭଲ ଭାବେ କଷି ହେବା ପରେ ଏଥିରେ ହଳଦୀ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଚିକେନ ମସଲା, ଟମାଟୋ, ଲୁଣ ପକାଇ ପୁଣି ଭଲ ଭାବେ କଷନ୍ତୁ। ଏବେ ଏଥିରେ ଗୋଳାଇ ରଖିଥିବା ଚିକେନକୁ ପକାଇ ଗୋଳାନ୍ତୁ। କିଛି ସମୟ ଗୋଳାଇବା ପରେ ସାମାନ୍ୟ ପାଣି ଦେଇ ୧୫ ମିନିଟ ଗ୍ୟାସରେ ବସାନ୍ତୁ। ୧୫ ମିନିଟ ପରେ ଏଥିରେ ବଟର ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ବଟର ଚିକେନ।

Comments are closed.