ଲଛା ପରଟା

0

ଆବଶ୍ୟକ ସାମଗ୍ରୀ
ମଇଦା – ୪୦୦ଗ୍ରାମ
ଲୁଣ – ଅଳ୍ପ
ଚିନି – ଅଳ୍ପ
ତେଲ – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ସୁଜି – ଆବଶ୍ୟକ ପରିମାଣରେ
ପାଣି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ମଇଦା, କିଛି ସୁଜି, ସାମାନ୍ୟ ଚିନି, ଲୁଣ , ଅଳ୍ପ ତେଲ ପକାଇ ଭଲ ଭାବେ ନରମ କରି ଚକଟି ଦିଅନ୍ତୁ। ଏହା ପରେ କିଛି ସମୟ ରଖି ଦିଅନ୍ତୁ। ଏବେ ଏହାକୁ ଟିକେ ବଡ଼ ବଡ଼ ଗୁଳା ପ୍ରସ୍ତୁତ କରି ବଡ଼ ଆକୃତିର ବେଲି ଦିଅନ୍ତୁ। ବେଲିବା ପରେ ଏକ ବ୍ଲେଡ଼୍‍ କିମ୍ବା ଧାରୁଆ ଦ୍ରବ୍ୟ ସାହାଯ୍ୟରେ ସରୁ ସରୁ କାଟି ଏହାକୁ ରୋଲ୍‍ ଭଳି ଗୁଡ଼ାଇ ଦିଅନ୍ତୁ। ଗୁଡ଼ାଇବା ପରେ ଏହାକୁ ହାତରେ ଚେପଟା ଆକୃତିର କରି ଧୀରେ ଧୀରେ ରୁଟି ଭଳି ବେଲନ୍ତୁ। ଏହା ପରେ ଗ୍ୟାସରେ ତାୱା ଗରମ କରି ଏହି ରୁଟିକୁ ସେକନ୍ତୁ। ସେକିବା ବେଳେ ଏଥିରେ ଘିଅ ଲଗାଇ ଦିଅନ୍ତୁ। ଏବେ ଏକ ପ୍ଲେଟକୁ କାଢି ଗରମାଗରମ ଖାଆନ୍ତୁ ଲଛା ପରଟା।

Leave A Reply