ଗୋ-ଖାଦ୍ୟ ଦୁର୍ନୀତି ମାମଲା : ଲାଲୁଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ : ଏକ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ଜାମିନ୍‍କୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ତାଙ୍କୁ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଏସ୍‍.ଏ. ବୋବଡେ ଓ ଜଷ୍ଟିସ୍‍ ବି.ଆର୍‍.ଗବାଇ ଓ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ସିବିଆଇ ଦ୍ୱାରା କରାଯାଇଥିବା ଏହି ଆବେଦନ ଉପରେ ଆର୍‍ଜେଡି ମୁଖ୍ୟଙ୍କଠାରୁ ଜବାବ ଲୋଡ଼ିଛନ୍ତି।
ସିବିଆଇ ୨୦୧୯ ଜୁଲାଇ ୧୨ ତାରିଖର ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲା। ଦେଓଘର ରାଜକୋଷରୁ ଜାଲିଆତି କରି ୮୯ ଲକ୍ଷ
୨୭ହଜାର ଟଙ୍କା ଉଠାଯାଇଥିବା ମାମଲାରେ ହାଇକୋର୍ଟ ଶ୍ରୀ ଯାଦବଙ୍କୁ ଜାମିନ୍‍ ପ୍ରଦାନ କରିଥିଲେ। ସାଢ଼େ ତିନି ବର୍ଷର ଦଣ୍ଡାଦେଶ ମଧ୍ୟରୁ ସେ
ଅର୍ଦ୍ଧାଧିକ ଜେଲ ଦଣ୍ଡ ଭୋଗ ସାରିଥିବାକୁ ଭିତ୍ତି କରି ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଥିଲେ।

 

Comments are closed.