ଶକ୍ତି ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଅର୍ଥମନ୍ତ୍ରୀଙ୍କ ପ୍ରାକ୍‍ ବଜେଟ୍‍ ଆଲୋଚନା

ନୂଆଦିଲ୍ଲୀ :  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୌଳିକ ଢ଼ାଞ୍ଚା, ଶକ୍ତି ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ପ୍ରାକ୍‍ ବଜେଟ୍‍ ଆଲୋଚନା କରିଛନ୍ତି। ବୈଠକରେ ୨୦୨୧-୨୨ କେନ୍ଦ୍ର ବଜେଟ୍‍ ଉପରେ ଆଲୋଚନା ହୋଇଛି। ଏଥିରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଥସଚିବ ଡକ୍ଟର ଏ.ବି. ପାଣ୍ଡେ, ଅର୍ଥନୈତିକ ବ୍ୟାପାର ସଚିବ ତରୁଣ ବଜାଜ ଓ ମୁଖ୍ୟ
ଅର୍ଥନୈତିକ ଉପଦେଷ୍ଟା କେ.ଭି. ସୁବ୍ରମଣ୍ୟନ ଯୋଗଦେଇଛନ୍ତି। ଏହାବ୍ୟତୀତ ବହୁ ବରିଷ୍ଠ ଅଫିସର ବୈଠକରେ ଉପସ୍ଥିତ ଅଛନ୍ତି।

ଏହା ହେଉଛି ବଜେଟ୍‍ ପୂର୍ବବର୍ତ୍ତୀ ଏକାଦଶ ଆଲୋଚନା। ପୂର୍ବରୁ ଅର୍ଥମନ୍ତ୍ରୀ ଆର୍ଥିକ ଓ ପୁଞ୍ଜି ବଜାରର ବିଶେଷଜ୍ଞ, ଶିଳ୍ପପତି, ବ୍ୟବସାୟିକ ସଂଘ ଓ ବାଣିଜ୍ୟ ସଂଘର ପ୍ରତିନିଧି ମାନଙ୍କ ସହ ଆଲୋଚନା କରିସାରିଛନ୍ତ

Comments are closed.