ମାସକରେ ପଶ୍ଚିମବଙ୍ଗରେ ଭୁଶୁଡିଲା ୩ଟି ପୋଲ

0

କୋଲକତା: ସୋମବାର ପୁଣି ପଶ୍ଚିମବଙ୍ଗରେ ଏକ ନିର୍ମାଣଧୀନ ପୋଲ ଭୁଶୁଡି ପଡିଛି । ଏହି ଦୁର୍ଘଟଣାକୁ ମିଶାଇ ମାତ୍ର ଏକ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ତୃତୀୟ ଥର ପୋଲ ଭୁଶୁଡିଛି । ଦକ୍ଷିଣବଙ୍ଗର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କାକଦ୍ୱୀପ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।

ଜିଲ୍ଲା ମାଜିଷ୍ଟ୍ରେଟ୍ ୱାଇ.ରନ୍ତାକର ରାଓଙ୍କ ସୂଚନା ଅନୁଯାୟୀ, ସୋମବାର ସକାଳେ ପୋଲ ନିର୍ମାଣକୁ ନେଇ ଯୋଜନା ଚାଲିଥିବା ବେଳେ ହଠାତ୍ ପୋଲଟି ଭୁଶୁଡି ପଡିଥିଲା। ହେଲେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇଥିବା ଏଯାବତ୍ ଜଣାପଡିନାହିଁ । ଘଟଣାସ୍ଥଳରେ ପୁଲିସ କର୍ମୀ ନିୟୋଜିତ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ କଲୋକତାର ମଜେରହାଟ ପୋଲ ଗତ ୪ ତାରିଖରେ ଭୁଶୁଡି ପଡିଥିଲା ।  ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିଲେ। ସେହିପରି ସେପ୍ଟେମ୍ବର ୭ ତାରିଖ ଦିନ ଉତ୍ତରବଙ୍ଗର ସିଲିଗୁଡ଼ିଠାରେ ଥିବା ଏକ ପରାତନ ପୋଲ ଭୁଶୁଡ଼ି ପଡିବା ଯୋଗୁଁ ଜଣେ ଟ୍ରକ୍ ଚାଳକ ଆହତ ହୋଇଥିଲେ ।

Leave A Reply