ପାଣିଛତ୍ରପୁରରୁ ଫ୍ଲାଇଂ ସ୍କ୍ବାଡ ଦ୍ବାରା ୧୮ ଲକ୍ଷ ଟଙ୍କା ଜବତ

ପୁରୀ : ପୁଣି ଫ୍ଲାଇଂ ସ୍କ୍ବାଡ ଲକ୍ଷାଧିକ ଟଙ୍କା ଜବତ କରିଛି । ପୁରୀ ଜିଲା କାକଟପୁର ଅନ୍ତର୍ଗତ ପାଣିଛତ୍ରପୁର ନିକଟରୁ ଏକ ଗାଡିରୁ ୧୮ ଲକ୍ଷ ୭୦ ହଜାର ୩୫୫ ଟଙ୍କା ଜବତ ହୋଇଛି । ଏହା ସହ ଗାଡିକୁ ମଧ୍ୟ ଅଟକ ରଖାଯାଇଛି । ଜବତ ହୋଇଥିବା ଗାଡିଟି ଗୋପ ଥାନା ଅନ୍ତର୍ଗତ ଜଙ୍ଗଲବୋରି ଗାଁର ପ୍ରକାଶ ଚନ୍ଦ୍ର ସାହୁଙ୍କ ବୋଲି ଜଣାପଡିଛି । ସେ ସ୍ଥାନୀୟ ଅଞ୍ଚଳର ଜଣେ ସରପଞ୍ଚ ବୋଲି ଶୁଣିବାକୁ ମିଳିଛି ।

Comments are closed.