ଜାଣନ୍ତୁ, ଗୁଡି ଉଡାଇବାର ଧାର୍ମିକ ମହତ୍ତ୍ବ ଓ ଶାରୀରିକ ଲାଭ

ମକର ସଂକ୍ରାନ୍ତିରେ ଗୁଡି ଉଡାଇବାର ପରମ୍ପରା ଆଜି ବା କାଲିର ନୁହେଁ। କାହିଁ କେଉଁ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସିଛି। ପୌରାଣିକ ମତ ଅନୁଯାୟୀ ଭଗବାନ ଶ୍ରୀ ରାମଚନ୍ଦ୍ର ମକର ସଂକ୍ରାନ୍ତିରେ ଗୁଡି ଉଡାଇଥିଲେ। ସେହି ଗୁଡି ଇନ୍ଦ୍ରଲୋକରେ ପହଞ୍ଚିଥିଲା ବୋଲି ତାମିଲର ତନ୍ଦନାନ୍ ରାମାୟଣରେ ଉଲ୍ଲେଖ ରହିଛି। କୁହାଯାଏ ସେହି କାଳରୁ ଗୁଡି ଉଡାଇବାର ପରମ୍ପରା ଆରମ୍ଭ ହୋଇଛି।
ଗୁଡି ଉଡାଇବାର ଶାରୀରିକ ଲାଭ
ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ଦ୍ବାରା ମନ ଉତଫୁଲିତ ରହିବା ସହ ଶରୀରକୁ ଅନେକ ଲାଭ ମିଳିଥାଏ। ସକାଳର ସୂର୍ଯ୍ୟକିରଣରେ ଗୁଡି ଉଡାଇବା ଦ୍ବାରା ଶରୀରରେ ଶକ୍ତି ଉତ୍ପନ୍ନ ହୁଏ। ଏହା ସହ ଶରୀରକୁ ଭିଟାମିନ ଡି ମଧ୍ୟ ମିଳିଥାଏ। ସୂର୍ଯ୍ୟକିରଣ ଶରୀରରେ ପଡିବା ଦ୍ବାରା ଚର୍ମ ରୋଗ ସମସ୍ୟାରୁ ମୁକ୍ତି ମିଳିଥାଏ।
ଏହା ସହ ଗୁଡିକୁ ପ୍ରେମର ବାର୍ତ୍ତା ବୋଲି ମଧ୍ୟ କୁହାଯାଏ। ମୁକ୍ତ, ଖୁସୀ ଓ ଶୁଭ ବାର୍ତ୍ତାର ପ୍ରତୀକ ବୋଲି ଗୁଡିକୁ ମାନ୍ୟତା ମିଳିଛି। ଗୁଡି ଉଡାଇବା ଦ୍ବାରା ମସ୍ତିଷ୍କ ସନ୍ତୁଳିତ ରହିବା ସହ ହୃଦୟ ଉତଫୁଲିତ ରହିଥାଏ ବୋଲି ଲୋକେ ମାନନ୍ତି।
ଆଲେଖ୍ୟ: ବୈଜୟନ୍ତୀ ନାୟକ

Comments are closed.