ବଜାରକୁ ଆସିଲା ପ୍ରଥମ ଫ୍ଲାଇଂ କାର

0

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସୁସ୍ଥ ବାୟୁ ପାଇବା ମଣିଷ ମାନଙ୍କ ପାଇଁ କଷ୍ଟ ହୋଇଯାଇଛି। ସଡକରେ ଗାଡି ଚଲାଇକି ଯିବା ମାନେ ବିଷାକ୍ତ ବାୟୁକୁ ସାଥିରେ ନେବା ସହ ସମାନ। ବିଦ୍ୟୁତଚାଳିତ ଯାନବାହନ ବାୟୁ ପ୍ରଦୃଷଣ ସମସ୍ୟାକୁ ଦୂର କରିବାର ଯୋଜନା କରାଯାଉଥିଲା, କିନ୍ତୁ ଆଶାନୁରୁପକ ଫଳ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ ଏକ ଡ୍ରୋନ ନିର୍ମାଣ କମ୍ପାନୀ ଏକ ଉଡନ୍ତା କାର ନିର୍ମାଣ କରିଛି। କମ୍ପାନୀ ଏହାର ଏକ ଭିଡିଓ ସେୟାର କରିଛି ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହି କାରରେ ଆପଣ ଡ୍ରୋନ ପରି କ୍ୟାମେରା ଲାଗିବା ସହ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇପାରିବେ। ଏହି ଡ୍ରୋନରେ ୨ ରୁ ୪ ଜଣ ଯାତ୍ରା କରିପାରିବେ। କମ୍ପାନୀ ବ୍ୟାଟେରି ପ୍ରଦ୍ୟୋଗିକି ଓ ପାୱାରଟ୍ରେନ ବ୍ୟବସ୍ଥା, ସୁରକ୍ଷା ନିୟମ ଭଳି କିଛି ନିୟମ ମାନିବାକୁ ପଡିବ। କମ୍ପାନୀର ଏହି ଭିଡିଓ ଦେଖିଲେ ଗ୍ରାହକ ସବୁ ଜାଣିପାରିବେ ବୋଲି କମ୍ପାନୀ ସୂଚନା ଦେଇଛି।

Leave A Reply