ନବରଙ୍ଗପୁରରେ ଆରମ୍ଭ ହେବ ପୁଷ୍ପ କୃଷି ମିଶନ୍

ନବରଙ୍ଗପୁର: ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ (ଏନ୍.ବି.ଆର.ଆଇ) ଲକ୍ଷ୍ନୌ ପକ୍ଷରୁ ନବରଙ୍ଗପୁର ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟରେ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ପୁଷ୍ପ କୃଷି ମିଶନ୍’ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନ୍.ବି.ଆର୍.ଆଇର ପ୍ରଧାନ ବୈଜ୍ଞାନିକ ଡଃ ଚନ୍ଦ୍ରଶେଖର ମହାନ୍ତି ଓ ଡ଼ଃ ସୈମିତ୍ କୁମାର ବେହେରା ଯୋଗ ଦେଇ ଉନ୍ନତ କିସମର ଗୋଲାପ, ଗେଣ୍ଡୁ, ସେବତି ଓ ରଜନୀଗନ୍ଧା ଭଳି ଫୁଲ ଚାଷ ଦିଗରେ ଉଦ୍ୟମ କରାଯିବା ସହ ନର୍ସରୀ ବିକାଶ ଦିଗରେ ଟ୍ରେନିଂ ଦିଆଯିବ ବୋଲି କହିଥିଲେ।

ବଜାର ବ୍ୟବସ୍ଥା ସୁଦୃଢ଼ କରିବା ଫୁଲକୁ ମୂଲ୍ୟଯୁକ୍ତ ପଦାର୍ଥ ଉତ୍ପାଦନ ଦିଗରେ ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଆଗେଇ ଆସିବା ସହ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ଜ୍ଞାନ କୌଶଳ ଯୋଗାଇ ଦେବା ପାଇଁ କୃଷକ ଓ ଉଦ୍ୟୋଗୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ମହୁମାଛି ଚାଷକୁ ମଧ୍ୟ ଅଗ୍ରାଧିକାର ଦିଆଯିବ ବୋଲି ବୈଜ୍ଞାନିକମାନେ ମତ ଦେଇଥିଲେ।

ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଡ଼ଃ ପ୍ରଦୋଷ କୁମାର ପଣ୍ଡା ଉଦ୍ୟାନ କୃଷି ବିଭାଗରେ ରହିଥିବା ପ୍ରୋତ୍ସାହନ ଯୋଜନା ସମ୍ପର୍କରେ ବୁଝାଇ ଥିଲେ। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରମାକାନ୍ତ ନାୟକ ଯୋଗ ଦେଇ ଉଦ୍ୟୋଗୀମାନେ ନିଜସ୍ଵ ଉଦ୍ୟମରେ ବଜାର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ବ୍ରଜ କିଶୋର ଲେଙ୍କା ଯୋଗ ଦେଇ ଚାଷୀମାନଙ୍କୁ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପର କ୍ରୀୟାନ୍ବୟନ କମିଟି ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ପରିଚାଳନା କରିଥିବା ବେଳେ ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୈାରାଙ୍ଗ ଚରଣ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.