ଘର ସଜାଇବା ବେଳେ ଏହି ଗଛ ପ୍ରତି ସତର୍କ ରୁହନ୍ତୁ

0

ବାସ୍ତୁଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଜିନିଷ ସଜାଇବାରେ ହେଉ କିମ୍ବା ଘରେ ରଖିବା ପାଇଁ ବ୍ୟବହାର କରାଯାଉ ତା’ର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। କିଛି ଦ୍ରବ୍ୟ ଘରେ ରଖିବା ଦ୍ୱାରା ତା’ର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ଆମ ଉପରେ ପଡିଥାଏ। ଘର ସଜାଇବା ପାଇଁ ଆମେ ବିଭିନ୍ନ ପ୍ରକାର ଗଛ ରଖିଥାଉ। ଏହାକୁ ରଖିବା ବେଳେ ବିଶେଷ କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ। ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଘରେ ରଖିବା ଉଚିତ।ଘରେ କଦାପି କଣ୍ଟାଯୁକ୍ତ ବୃକ୍ଷ ଲଗାନ୍ତୁ ନାହିଁ। ଏହା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ। ଏହାଦ୍ୱାରା ପରିବାର ସଦସ୍ୟଙ୍କର ଦେହ ଖରାପ ହେବା ସହ ଉନ୍ନତିରେ ବାଧା ସୃଷ୍ଟିି ହୋଇଥାଏ। ଗୋଲାପ ଗଛ ଘରେ ରଖି ପାରିବେ।
ଘରେ ସଜାଇବା ପାଇଁ ପ୍ଲାଷ୍ଟିକର କୌଣସି ଗଛ ପାଠପଢା ଘରେ ରଖନ୍ତୁ ନାହିଁ। ଏହାଦ୍ୱାର ପିଲାଙ୍କର ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ। ପାଠପଢାରେ ଅବନ୍ନତି ମଧ୍ୟ ଦେଖା ଦେଇଥାଏ।ଘରେ କିମ୍ବା ଅଫିସରେ ସତେଜ ଫୁଲକୁ ରଖି ପାରିବେ। ଏହାଦ୍ୱାରା ପରିବେଶ ସକାରାତ୍ମକ ରହିଥାଏ। ମଉଳି ଯାଇଥିବା ଫୁଲକୁ କେବେ ବି ରଖନ୍ତୁ ନାହିଁ ଏହାଦ୍ୱାରା ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।
ଶୋଇବା ଘରେ କେବେ ବି ଗଛ ଲଗାନ୍ତୁ ନାହିଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ବାଧା ସୃଷ୍ଟି ହୋଇଥାଏ। ଡାଇନିଙ୍ଗ ହଲ କିମ୍ବା ଛାତ ଉପରେ ଗଛ ଲଗାଇ ପାରିବେ।

Leave A Reply