ବିଧାନସଭାରେ ସହିଦ ଦିବସ ପାଳିତ ; ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ

0

ଭୁବନେଶ୍ୱର : ଓଡିଶା ବିଧାନସଭା ପରିସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୭୧ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟସ୍ତରୀୟ ସହିଦ ଦିବସ ପାଳିତ ହୋଇଯାଇଛି। ରାଜ୍ୟପାଳ ଫ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରଦୀପ କୁମାର ଅମାତ ଉପସ୍ଥିତ ରହି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ ବ୍ୟାଣ୍ଡ ,ତୋପଧ୍ବନି ସହ ସହିଦଙ୍କ ସମ୍ମାନାର୍ଥେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଶାଶ୍ବତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ରର କଣ୍ଠଶିଳ୍ପୀମାନଙ୍କ ଦ୍ବାରା ‘ବୈଷ୍ଣବ ଜନତୋ…’ ଓ ‘ରଘୁପତି ରାଘବ…’ ଭଜନ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଞ୍ଜୟ କୁମାର ସିଂ, ବିଧାନସଭା ସଚିବ ଅମିୟ କୁମାର ଷଡଙ୍ଗୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ନି‌େ‌ର୍ଦଶକ ନିରଞ୍ଜନ ସେଠୀ, ଉପନି‌େ‌ର୍ଦଶକ ବିପିନ ବିହାରୀ ବାରିକି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Leave A Reply