ବନ୍ୟା ଜଳରେ ବୁଡି ଛାତ୍ରୀ ମୃତ୍ୟୁ ଅଭିଯୋଗ

0

ଭଦ୍ରକ: ତିତଲି ପ୍ରଭାବରେ ଆସିଥିବା ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ କେତୋଟି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୁଣ୍ଡି ନଦୀରେ ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେଦ ଉପରେ ରହିଛି। ବନ୍ୟାଜଳରେ ଜଣେ କଲେଜ  ଛାତ୍ରୀଙ୍କ ପ୍ରାଣ ହାନି ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ରାଧାଙ୍ଗ ଗାଁର ସସ୍ମିତା ଜେନା(୧୭) । ରବିବାର ସକାଳେ ଏହି ଅଘଟଣ ଘଟିଛି । ଛାତ୍ରୀ ଜଣଙ୍କ ଅସାବଧାନତା ବଶତଃ ବନ୍ୟାଜଳରେ ବୁଡି ଯାଇଥିଲେ । ସେଠରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିଥି​‌ଲେ । ହେଲେ ସେତେବେଳକୁ ସସ୍ମିତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଏହି ଘଟଣା ପରେ ସସ୍ମିତାଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Leave A Reply