କାଣିଝର ଓ ବୈତରଣୀ  ବଢୁଛି, କେନ୍ଦୁଝର – ପାଟଣା ଯୋଗାଯୋଗ ବିଚ୍ଛିନ୍ନ 

ପାଟଣା (ନିପ୍ର): ତିନିଦିନ ଧରି ବର୍ଷା ଲାଗିରହିବା ଫଳରେ ବୈତରଣୀ ଓ କାଣିଝର ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ପାଟଣା ବୈତରଣୀରେ ଜଳସ୍ରୋତ ପ୍ରଖର ବେଗରେ ପ୍ରବାହିତ ହେଉଥିବା ବେଳେ କାଣିଝର ନଦୀରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେବାରୁ ପାଟଣା – କେନ୍ଦୁଝର ରାସ୍ତାରେ ଭୀମାପଡ଼ା ଠାରେ ନିର୍ମାଣାଧୀନ ସେତୁ ନିକଟ ପୁରୁଣା ରାସ୍ତା ଉପରେ ୫ ଫୁଟ ଉଚ୍ଚର ବର୍ଷାଜଳ ପ୍ରବାହିତ ହେଉଛି। ଫଳରେ ଏହି ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଯାତ୍ରୀବାହୀ ବସ ଓ ଅନ୍ୟାନ୍ୟ ଯାନବାହାନ ଅଟକ ରହିଛି। ବର୍ଷାରେ ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ସକାଳ ସୁଦ୍ଧା ୩ ଟି ଘରର କାନ୍ଥ ଖସିପଡିଥିବା ଖବର ମିଳିଛି। ସେହିପରି ସୀତାନଦୀରେ ପ୍ରବଳ ବର୍ଷାଜଳ ଆସି କେତାଙ୍ଗ ନିକଟ ଘୋଷରା ପୋଲ ଉପରେ ପାଣି ଚାଲିଥିବାରୁ କପାସପଡ଼ା – ଭୀମକୁଣ୍ଡ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Comments are closed.