୬ ଯନ୍ତ୍ରୀଙ୍କୁ ୮ ଜିଲା ଦାୟିତ୍ବ, ଲଗାଣ ବର୍ଷା ପାଇଁ ସମ୍ଭାବ୍ୟ ସ୍ଥିତି ଏଡାଇବା ନିର୍ଦେଶ

ଭୁବନେଶ୍ବର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ପାଇଁ ସମ୍ଭାବ୍ୟ ସ୍ଥିତି ଏଡାଇବାକୁ ୬ ଯନ୍ତ୍ରୀଙ୍କୁ ୮ ଜିଲା ଦାୟିତ୍ବ ଦିଆଯାଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଦାୟିତ୍ବ ବଣ୍ଟନ କରାଯାଇଛି। ପୁରୀ-ଚିନ୍ମୟ ରଞ୍ଜନ ରାଉତ, ଜଗତସିଂହପୁର-ବିଜୟ କୁମାର ସାମଲ, କଟକ-ବାଲେଶ୍ବର: ନାଥ ସାହୁ, କେନ୍ଦ୍ରାପଡ଼ା-ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ-ଧନେଶ୍ବର ସାମଲ, ଖୋର୍ଦ୍ଧା ଓ ନୟାଗଡ଼-ବିଘ୍ନରାଜ ପୁରୋହିତଙ୍କୁ ଦାୟିତ୍ବ ଦିଆଯାଇଛି ଏବଂ ସେମାନେ ତତ୍କାଳ କାର୍ଯ୍ୟରେ ଯୋଗଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

Comments are closed.