କୂଳ ଲଙ୍ଘିଲା ବୁଢ଼ାବଳଙ୍ଗ

ଭୟୂରଭଞ୍ଜ : ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ସେପଟେ ଲଗାଣ ବର୍ଷାରେ ବୁଢ଼ାବଳଙ୍ଗ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି। ଲଗାଣ ବର୍ଷା ଯୋଗୁଁ କୂଳ ଲଙ୍ଘିଛି ବୁଢ଼ାବଳଙ୍ଗ ନଦୀ। ଯାହା ଫଳରେ ବାରିପଦା ସହରର ୭ନଂ ଏବଂ ୮ନଂ ୱାର୍ଡରେ ବନ୍ୟା ପାଣି ପଶିଯାଇଥିବା ଜଣାପଡ଼ିଛି। ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ୱାର୍ଡବାସୀଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comments are closed.