ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର : ୫ଲକ୍ଷ ୬୫ ହଜାର ଲୋକ ପ୍ରଭାବିତ

୧୦୯ଟି ଅସ୍ଥାୟୀ ଶିବିରରେ ୧୯ ହଜାର ବନ୍ୟା ବିପନ୍ନ

ଗୁଆହାଟୀ : ଲଗାଣ ବର୍ଷା ଯୋଗୁଁ ଆସାମରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ପ୍ରମୁଖ ନଦୀ ଗୁଡିକରେ ବନ୍ୟା ଆସିଛି। ଫଳରେ ୨୦ଟି ଜିଲ୍ଲାର ୫ଲକ୍ଷ ୬୫ ହଜାର ଲୋକ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି। ବନ୍ୟା ଯୋଗୁଁ ୧୮ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହିସବୁ ଜିଲ୍ଲାରେ ବ୍ୟାପକ ଫସଲ ହାନୀ ସହ ରାସ୍ତା ଘାଟ ଧୋଇଯାଇଛି ଏବଂ କଲ୍‍ଭର୍ଟ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୫୬,୦୦୦ ହେକ୍ଟର ଜମିରେ ଫସଲ ହାନୀ ହୋଇଛି।
ପ୍ରାୟ ୧୯ ହଜାର ଲୋକଙ୍କୁ ୧୦୯ଟି ବିଭିନ୍ନ ଅସ୍ଥାୟୀ ଶିବିରରେ ରଖାଯାଇଛି। ପ୍ରଶାସନ ପକ୍ଷରୁ ବନ୍ୟ ବିପନ୍ନ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.