ଭାର୍ଗବୀ ନଦୀବନ୍ଧର ବହୁ ସ୍ଥାନରେ ଘଳିଆ : ସନ୍ଧ୍ୟା ପରେ ଧୀରେ ଧୀରେ କମିବ ପାଣି

ପିପିଲି : ଭାର୍ଗବୀ ନଦୀବନ୍ଧର ବହୁ ସ୍ଥାନରେ ସୃଷ୍ଟି ହୋଇଥିବା ଘଳିଆ ମରାମତି ଚାଲିଛି l ବଳଙ୍ଗା ନିକଟ ପାର୍ବତୀପୁର ଠାରେ ରାତି ସାଢେ ୩ଟାରେ ବଡ଼ ଘଳିଆ ପଡିଛି l ଦୟା ନଦୀର ଅଠରବାଗ ଗାଁ ନିକଟରେ ମଧ୍ୟ ଘଳିଆ ମରାମତି ଚାଲିଛି l ରବିବାର ରାତିରେ ଭାର୍ଗବୀର ଫୁଲପାଳ ଠାରେ ବଡ ଘଳିଆ ପଡିଥିଲା l ତାହା ଏବେବି ମରାମତି ସରିନାହିଁ l ନଦୀରେ କାଲି ରାତିରେ ମାତ୍ର ୨ ରୁ ୩ ଇଞ୍ଚ ଜଳ ସ୍ତର ବୃଦ୍ଧି ପାଇଛି l ଏହା ଜାରି ରହି ଆଜି ସନ୍ଧ୍ୟା ପରେ ଧୀରେ ଧୀରେ କମିବ ବୋଲି ସୂଚନା l ତେବେ ନଦୀ ବନ୍ଧ ପ୍ରତି ଆଉ ବିଶେଷ ବିପଦ ନାହିଁ l

Comments are closed.