ମହାନଦୀରେ ଆସୁଛି ମଧ୍ୟମରୁ ବଡ ଧରଣର ବନ୍ୟା- ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ମହାନଦୀରେ ମଧ୍ୟମରୁ ବଡ ଧରଣର ବନ୍ୟା ଆକଳନ କରାଯାଉଛି। ମହାନଦୀର ଉପମୁଣ୍ଡ ଛତିଶଗଡରେ ପ୍ରବଳ ବର୍ଷା ହୋଇଛି। ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ମିମି ବର୍ଷା ରେକର୍ଡ ହୋଇଛି। କଲମାରୁ ୫ ଲକ୍ଷ , ଇବ ଓ ଭେଡେନରୁ ୨.୫ ଲକ୍ଷ କ୍ୟୁସେକ ଜଳ ଆସୁଛି। ହୀରାକୁଦରେ ବର୍ତ୍ତମାନ ୨୮ଟି ଫାଟକ ଦେଇ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି । ଏବେ ଜଳସ୍ତର ୬୨୫ ଫୁଟ ରହିଛି। ଆଗକୁ ୩୬ଟି ଗେଟ ଖୋଲାଯିବ। ହୀରାକୁଦ ପରେ ମହାନଦୀର ତେଲ, ସୁକତେଲ ଓ ଜିରା ନଦୀ ଜଳ ମିଶିବ। ହୀରାକୁଦରୁ ଆସୁଥିବା ଜଳ ମୁଣ୍ଡଳିରେ ପହଞ୍ଚିବାକୁ ୩୬ ଘଣ୍ଟା ଲାଗିବ। ଏ ସବୁ ମୁଣ୍ଡଳିରେ ପହଞ୍ଚିଲା ବେଳକୁ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ହେବ। ୧୦ ଲକ୍ଷରୁ ଅଧିକ ହେଲେ ମଧ୍ୟମରୁ ବଡ ଧରଣର ବନ୍ୟା କୁହାଯାଏ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ଏହାସହ ଏହି ବନ୍ୟା ଦ୍ବାରା ପୁରୀ, କଟକ ଓ ଜଗତସିଂହପୁର ଆଦି ଜିଲା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି।

Comments are closed.