ମହାନଦୀରେ ବନ୍ୟା ଆଶଙ୍କା : ବୌଦ୍ଧ ଜିଲାକୁ ସତର୍କ ସୂଚନା

0

ବୌଦ୍ଧ : ଉପର ମୁଣ୍ଡରେ ପ୍ରବଳ ବର୍ଷା ସାଙ୍ଗକୁ ହୀରାକୁଦ ବନ୍ୟାଜଳ ନିଷ୍କାସନ ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୌଦ୍ଧ ଜିଲାର ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖିରେ ରଖି ପ୍ରଶାସନ ତରଫରୁ ସତର୍କ ସୂଚନା ଦିଆଯାଇଛି। ବିଶେଷ କରି ହରଭଙ୍ଗା ତହସିଲ୍‍ର ୯ଟି ପଞ୍ଚାୟତର ୪୧ଟି ବନ୍ୟା ପ୍ରଭାବିତ ଗାଁ ଉପରେ ସତର୍କ ଦୃଷ୍ଟି ଦିଆଯିବା ସହ ବୌଦ୍ଧ ଜିଲାପାଳ ସୀତାଂଶୁ କୁମାର ରାଉତ, ଉପଜିଲାପାଳ ଏନ୍‍.ସି. ଜ୍ୟୋତିରଞ୍ଜନ ନାୟକ, ତହସିଲ୍‍ଦାର ସୁବ୍ରତ କୁମାର ନାୟକ, ହରଭଙ୍ଗା ବିଡ଼ିଓ ରବିନ୍ଦ୍ର କୁମାର ଶତପଥୀ ପ୍ରମୁଖ ବନ୍ୟା ଅଞ୍ଚଳ ପରିଦର୍ଶନ କରିଥିବା ଜଣାପଡ଼ିଛି। ସେହିପରି କୁସଙ୍ଗ ପଞ୍ଚାୟତର ମାରଡ଼ା ଗାଁ ୪ଦିନ ହେଲା ପାଣି ଘେରରେ ରହିଛି। ପ୍ରଶାସନ ପକ୍ଷରୁ ବନ୍ୟାବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆ ଯାଇଛି। ହରଭଙ୍ଗା ଧଳପୁର ଜଗନ୍ନାଥ ସଡ଼କ ଉପରେ ବନ୍ୟା ପାଣି ଯୋଗୁଁ ଧଳପୁର, ଭେଜିଗୋଡ଼ା, ବୌଦ୍ଧକରଡ଼ି, ରାମଗଡ଼, ହାଟ ଗାଁ, କୁସାଶିଙ୍ଗା ଆଦି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Leave A Reply