ବାଙ୍କୀରେ ବନ୍ୟାଜଳ ; ୧୫ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ

0

ବୈଦ୍ୟେଶ୍ୱର : ଲଘୁଚାପଜନିତ ପ୍ରବଳ ବର୍ଷା ସହ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ଚଳିତବର୍ଷ ଦ୍ୱିତୀୟ ଥର ବନ୍ୟାଜଳ ଆସିବାଦ୍ୱାରା ବାଙ୍କୀ ଉପଖଣ୍ଡର ୧୫ଟି ପଞ୍ଚାୟତର ଲୋକେ ଜଳବନ୍ଦୀ ଅବସ୍ଥାରେ ଥିବା ଜଣାପଡିଛି। ବାଙ୍କୀ ବ୍ଲକ୍‍ର ହୁଳୁହୁଳା ପୋଲ ଉପରେ ୫ ଫୁଟ ପାଣି ପ୍ରଭାବିତ ହେଉଥିବା ଯୋଗୁ ସୁବର୍ଣ୍ଣପୁର ସହ ୫ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଓସ୍ତିଆ ପଞ୍ଚାୟତର ଆନନ୍ଦପୁରଠାରେ ୬ଫୁଟ ଉଚ୍ଚତାର ପାଣି ପ୍ରଭାବିତ ହେଉଛି। ସେହିପରି ଡମପଡା ବ୍ଲକ୍‍ର କଇଁଆନାଳ ପୋଲ ଉପରେ ୫ଫୁଟ୍‍ର ପାଣି ଯିବାଦ୍ୱାରା ବିଲିପଡାକୁ ଗମନାଗମନ ବନ୍ଦ୍‍ହୋଇଛି। ରାତି ସୁଦ୍ଧା ମହାନଦୀରେ ବାଙ୍କୀ ଦେଇ ୮ଲକ୍ଷ୍ କ୍ୱିସେକ ପାଣି ପ୍ରଭାବିତ ହେବ ବୋଲି ଜଳସମ୍ପଦ ବିଭାଗପକ୍ଷରୁ ସୂଚନା ମିଳିଛି। ଚନ୍ଦ୍ରପା ସେତୁ ଉପରେ ୩ଫୁଟ ପାଣି ପ୍ରବାହିତ ହେବାଦ୍ୱାରା ବାଙ୍କୀ-ବୈଦ୍ୟେଶ୍ୱର ଯୋଗାଯୋଗ ବିଚ୍ଛିନ ହୋଇଯାଇଛି। ପାଣିଘେରରେ ଥିବା କୌଣସି ଗ୍ରାମରେ ରନ୍ଧାଖାଦ୍ୟ ବିପନ୍ନଙ୍କୁ ଦିଆଯାଇ ନଥିବାର ଗ୍ରାମବାସୀଙ୍କପକ୍ଷରୁ ଅଭିଯୋଗ ହେଉଛି। ବାଙ୍କୀ ବିଡିଓ ପ୍ରଭାତକୁମାର ସାହୁ ହୁଳୁହୁଳା ପୋଲ ଉପରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବାଙ୍କୀରେ ୬ଲକ୍ଷ ୭ହଜାର କ୍ୱିସେକ୍‍ ପାଣି ପ୍ରଭାହିତ ହେଉଥିବା ଜଳସେଚନ ବିଭାଗର ସହାକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply