ଆସାମରେ ବନ୍ୟା, ପାଣି ଘେରରେ ୨୦ଟି ଜିଲ୍ଲାର ୨ଲକ୍ଷ ଲୋକ

ଡେସ୍କ: ଆସାମରେ ଗତ ୨୪ ଘଣ୍ଟା ଭିତରେ ୧୭.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୨୦ଟି ଜିଲ୍ଲାର ୨ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବନ୍ୟାପାଣି ଭିତରେ ରହିଛନ୍ତି। ବନ୍ୟା ଓ ମାଟିଅତଡ଼ା ଖସିବା ଯୋଗୁଁ ୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୬ ଜଣ ଲୋକ ନିଖୋଜ ଅଛନ୍ତି। ବନ୍ୟା ଓ ମାଟି ଅତଡ଼ା ଖସିବା ଯୋଗୁଁ ରାଜ୍ୟର ୬ ହଜାରରୁ ଊର୍ଦ୍ଧ୍ବ ଘର ଭାଙ୍ଗିଯାଇଛି। ୩୩ ହଜାର ଲୋକ ରିଲିଫ୍‍ ଶିବିର ଗୁଡ଼ିକରେ ଆଶ୍ରୟ ନେଇଛନ୍ତି।

ଚାଉଳ, ଲୁଣ, ଡାଲି, ପିଇବା ପାଣି, ସୋରିଷ ତେଲ ଓ ଶିଶୁ ଖାଦ୍ୟ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଣ୍ଟା ଯାଉଛି। ଗୌହାଟୀ ନଗରର କେତେକ ଅଞ୍ଚଳରେ ବନ୍ୟାପାଣି ପସିଥିବାର ଖବର ମିଳିଛି।

Comments are closed.