ବିହାର ଓ ଆସାମରେ ବନ୍ୟା: ୩୫ଲକ୍ଷ ପ୍ରଭାବିତ

ପାଟନା/ଗୁଆହାଟି : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ ଓ ବିହାରରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ଉଦ୍‍ବେଗଜନକ ରହିଛି। ବନ୍ୟା ଯୋଗୁଁ ଏହି ଦୁଇ ରାଜ୍ୟରେ ୩୫ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ବନ୍ୟାରେ ୨୫ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ବିହାର ବନ୍ୟାରେ ୧୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ବନ୍ୟାରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ବିହାରରେ ୧୦ଜଣଙ୍କର ମୃତ୍ୟୁ ହୋଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ରାଜ୍ୟର ୨୫୪୩ଟି ଗ୍ରାମ ଜଳବନ୍ଦୀ ହୋଇ ରହିଛି। ରାଜ୍ୟର ୧,୨୨,୫୭୩ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ରାଜ୍ୟର ୨୨ଟି ଜିଲାରେ ୪୯୬ଟି ରିଲିଫ ଶିବିରରେ ୫୦,୧୩୬ ଲୋକ ଆଶ୍ରୟ ନେଇଛନ୍ତି। ବ୍ରହ୍ମପୁତ୍ର ନଦୀ ଗୁଆହାଟି, ଧୁବ୍ରି, ଗୋଲପରା ନିକଟରେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି। ସେହିପରି ବିହାରରେ ୧୬୦୦୦ ଲୋକ ଆଶ୍ରୟସ୍ଥଳରେ ରହିଛନ୍ତି। ବନ୍ୟା ପ୍ରଭାବିତ ପ୍ରତ୍ୟେକ ଲୋକଙ୍କୁ ୬୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିର୍ଦେଶ ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ୧୪ଟି ଏନଡିଆରଏଫ ଟିମ୍‍ ମୁତୟନ ହୋଇଛି।

Comments are closed.