ଲଗାଣ ବର୍ଷାରେ ବେହାଲ ଢେଙ୍କାନାଳ : ୨ ଶହ ପରିବାର ଜଳବନ୍ଦୀ

ଢେଙ୍କାନାଳ : ଲଗାଣ ବର୍ଷାରେ ବେହାଲ ହୋଇପଡିଛି ଢେଙ୍କାନାଳ ସହର। ଲଗାଣ ବର୍ଷା ଜାରି ରହିଥିବା ହେତୁ ସହରର ୧୬ ନଂ ଓ ୨୦ ନଂ ୱାର୍ଡରେ ବର୍ଷାଜଳ ପଶିଥିବା ଜଣାପଡିଛି। ଯାହାଫଳରେ ୨୦୦ରୁ ଉର୍ଦ୍ଧ୍ବ ପରିବାର ଜଳବନ୍ଦି ଅବସ୍ଥାରେ ରହିଛନ୍ତି। ତାଙ୍କ ପାଇଁ ଘରୁ ବାହାରିବା ଏକପ୍ରକାର ମୁସ୍କିଲ ହୋଇ ପଡିଛି। ସେପଟେ ଢେଙ୍କାନାଳର ଗାୟତ୍ରୀ ନଗରରେ ମଧ୍ୟ ସ୍ଥିତି ବେହାଲ ହୋଇଛି। ପାଖାପାଖି ୨ ଫୁଟର ବନ୍ୟାଜଳ ସେଠାରେ ଜମି ରହିଥିବା ସୂଚନା ମିଳିଛି।

Comments are closed.