ବିପଦ ସଙ୍କେତ ଉପରେର ଯମୁନା ; ୬୦୦ରୁ ଅଧିକ ଲୋକ ସ୍ଥାନାନ୍ତର

0

ନୂଆଦିଲ୍ଲୀ : ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ଦିଲ୍ଲୀରେ ବନ୍ୟାର ସମ୍ଭାବନା ସୃଷ୍ଟି ହୋଇଛି। ସରକାର ପ୍ରାୟ ୬୦୦ରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ଯମୁନା ନଦୀର ଜଳସ୍ତର୨୦୫ ଦଶମିକ ୭/୨ ମିଟର ଊର୍ଦ୍ଧ୍ବରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ସ୍ତର ୨୦୪ ଦଶମିକ ୮/୩ ମିଟର। ଦିଲ୍ଲୀ ଟ୍ରାଫିକ୍‍ ପୁଲିସ୍‍ ପରିସ୍ଥିତି ପ୍ରତି ସତର୍କ ଦୃଷ୍ଟି ରଖିଛି। ତେବେ ଜଳସ୍ତର ବୃଦ୍ଧି ଜାରି ରହିଲେ ପୁରୁଣା ଯମୁନା ପୋଲକୁ ପୁଣି ଥରେ ବନ୍ଦ କରି ଦିଆଯାଇପାରେ। କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ୍‍ ଯୋଗାଇବାପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply