ବନ୍ୟା ନେଲା ୭ ଜୀବନ

ଭୁବନେଶ୍ଵର : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ତୁହାକୁ ତୁହା ବର୍ଷାରେ ବୁଡି ରହିଛି ପୂରା ଓଡିଶା। ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡିଶାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାବେଳେ ୫ ଦିନ ଯାଏଁ ସତର୍କ ସୂଚନା ଜାରି କରାଯାଇଛି। ସେପଟେ ବନ୍ୟାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। କାନ୍ଥପଡି ଓ ପାଣିରେ ଭାସିଯାଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରୁ ମୟୂରଭଞ୍ଜରୁ ୪ ଜଣ, କେନ୍ଦୁଝରରୁ ୨ ଜଣ, ସୁନ୍ଦରଗଡରୁ ଜଣେ ରହିଛନ୍ତି। ମୟୂରଭଞ୍ଜ ଓ ବରଗଡରୁ ଜଣେ ଲେଖାଏଁ ନିଖୋଜ ଥିବା ଏସଆରସି ସୂଚନା ଦେଇଛନ୍ତି।

Comments are closed.