ବନ୍ଧଡିହ ପଞ୍ଚାୟତର ବ୍ରାହ୍ମଣୀ ନଦୀରେ ଘାଇ

ଯାଜପୁର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଓ ତଦ୍‌ଜନିତ ବନ୍ୟାରେ ସଙ୍ଗିନ୍ ପ୍ରଭାବ ପଡ଼ିଛି ରାଜ୍ୟରେ। ଖାସକରି ଯାଜପୁରରେ ବନ୍ୟା ସ୍ଥିତି ଅସମ୍ଭାଳ ହୋଇଛି। ଯାଜପୁର ଜିଲା ରସଲପୁର ବ୍ଲକର ବନ୍ଧଡିହ ପଞ୍ଚାୟତର ବ୍ରାହ୍ମଣୀ ନଦୀରେ ଘାଇ ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବରେ ଏବେ ଶହ ଶହ ଗାଁ ଓ ପଡ଼ା ଜଳବନ୍ଦୀ ହୋଇ ରହିଛନ୍ତି। ହଜାର ହଜାର ହେକ୍ଟର ଚାଷ ଜମି ଉପରେ ବନ୍ୟା ଜଳ ଢେଉଖେଳୁଥିବା ସୂଚନା ମିଳିଛି।

Comments are closed.