ବାଙ୍କୀ ଗୟଳବାଙ୍କରେ ଘାଇ : ଅନେକ ସ୍ଥାନ ଜଳମଗ୍ନ

ଭୁବନେଶ୍ୱର/ କଟକ : ମହାନଦୀ ଅବବାହିକା ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ଉପକୂଳ ଜିଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ହୀରାକୁଦର ୪୬ଟି ଗେଟ ଖୋଲା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ଜିଲା ମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।
କଟକ ଜିଲାର ବାଙ୍କୀ ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହେବା ସହ ବାଙ୍କୀ ଅଂଚଳରେ ଅନେକ ଚାଷ ଜମି ବନ୍ୟାଜଳରେ ଉବୁଡ଼ୁବୁ ହେଉଛି।ବିଭିନ୍ନ ଗାଁ ଭିତରେ ମହାନଦୀ ଜଳ ପ୍ରବେଶ କରି ସାରିଛି। ପ୍ରାୟ ୫୦ ଫୁଟର ଘାଇ ସୃଷ୍ଟି ହୋଇ ଅନେକ ଗାଁ ଜଳମଗ୍ନ ହୋଇଛି। କଇଁମୁଣ୍ଡି, ଶୁଖୁଆଖେଳା , ବିଲିପଡ଼ା ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି। ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି। ବାଙ୍କୀ- ଭୁବନେଶ୍ୱର ରାସ୍ତା ଜଳମଗ୍ନ ହୋଇଥିବା ନେଇ ସୂଚନା ମିଳିଛି।

 

Comments are closed.