ମହାନଦୀ ବନ୍ୟାଜଳରେ ବୁଡ଼ିଲା ଅଂଶୁପା ହ୍ରଦ ପାର୍କ

କଟକ : ମୁଣ୍ଡଳୀରେ ହୀରାକୁଦର ପାଣି ପହଞ୍ଚିବା ପରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।ନରାଜଠାରେ ମହାନଦୀରେ ବିପଦ ସଙ୍କେତ ଠାରୁ ଉପରେ ବନ୍ୟାଜଳ ପ୍ରବାହିତ ହେବା ସହ ଦୟା, ଭାଗର୍ବି, କୁଶଭଦ୍ରା, ଚିତତ୍ରୋତ୍ପଳା ସମେତ ସମସ୍ତ ଶାଖା ନଦୀ ଗୁଡ଼ିରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି। ଅନେକ ଗାଁ ମଧ୍ୟ ଜଳମଗ୍ନ ହୋଇ ରହିଛି।
ସେହିପରି ମହାନଦୀର ବନ୍ୟାଜଳରେ ଅଂଶୁପା ହ୍ରଦ ପାର୍କ ବୁଡ଼ିଯାଇଥିବା ଜଣାପଡ଼ିଛି। ପାର୍କରେ ପ୍ରାୟ ୮ ରୁ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଏହାସହ କଟକ ଜିଲାର ଉତ୍ତର ବାଙ୍କୀ ଓ ତିଗିରିଆ ବ୍ଲକର ୯ ପଞ୍ଚାୟତ ପାଣି ଘେରରେ ରହିଥିବା ବେଳେ ଓସ୍ତିଆ ଓ ଚଷାଅଁରା ପଞ୍ଚାୟତ ରାସ୍ତାରେ ମଧ୍ୟ ୭ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ବୋଲି ସୂଚନା ମିଳିଛି।

Comments are closed.