ଆଜିଠାରୁ ଜାମ୍ମୁ କାଶ୍ମୀରର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆରମ୍ଭ ହେବ ରାତ୍ରିକାଳୀନ ବିମାନସେବା

କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜିଠାରୁ ରାତ୍ରିକାଳୀନ ବିମାନସେବା ଆରମ୍ଭ ହେବ। ବେସାମରିକ ବିମାନ ଚଳାଚଳ ନିୟନ୍ତ୍ରଣ ମହାନିର୍ଦ୍ଦେଶକ ଡିଜିସିଏ ରାତ୍ରିକାଳୀନ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଶ୍ରୀନଗରରେ ଥିବା ଭାରତୀୟ ବିମାନ ସେବା ପ୍ରାଧିକରଣର ନିର୍ଦ୍ଦେଶକ ସନ୍ତୋଷ ଧୋକେ କହିଛନ୍ତି ଯେ ଆଜିଠାରୁ ଶ୍ରୀନଗର ବିମାନ ବନ୍ଦରରୁ ରାତ୍ରିକାଳୀନ ବିମାନ ସେବା ଆରମ୍ଭ ହେବ। ଶ୍ରୀନଗର ବିମାନ ବନ୍ଦରରୁ ଗୋ-ଏୟାର ଏବଂ ଇଣ୍ଡିଗୋ ପକ୍ଷରୁ ପରୀକ୍ଷାମୂଳକ ଭାବେ ରାତ୍ରିକାଳୀନ ବିମାନ ସେବାର ଅଭ୍ୟାସ କରାଯାଇଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଗ୍ରୀଷ୍ମଋତୁରେ ଅଧିକ ବିମାନ ଚଳାଚଳ ଆରମ୍ଭ କରାଯାଉଛି।

ନିୟମିତ ଭାବେ ରାତ୍ରିକାଳୀନ ବିମାନ ସେବା ଆରମ୍ଭ ହେବା ଦ୍ୱାରା ଜାମ୍ମୁ କାଶ୍ମୀରର ଆର୍ଥିକ ଅଭିବୃଦ୍ଧି ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦିଗରେ ଏହା ସହାୟକ ହେବ।

Comments are closed.