ମେ’୨୫ରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଉଡ଼ିବ ବିମାନ

ଝାରସୁଗୁଡା : କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ବନ୍ଦ ରହିଥିବା ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମଧ୍ୟ ବିମାନ ଚଳାଚଳ କରିବ ବୋଲି ଜଣାପଡିଛି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇଜେଟ ଓ ଏଲାଇନ୍ସ ଏୟାର ବିମାନ ସେବା ଆରମ୍ଭ କରିବେ। ଏଥିପାଇଁ ଉଭୟ ବିମାନ କମ୍ପାନୀ ପକ୍ଷରୁ ମେ’ ୨୫ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବିମାନ ଉଡାଣର ସମୟ ତାଲିକା ପ୍ରସ୍ତୁତ କରାଯାଇଛି ।

ସ୍ପାଇସ ଜେଟର ବିମାନ ପ୍ରତିଦିନ ହାଇଦ୍ରାବାଦରୁ ସକାଳ ୧୦ଟା ୩୫ରୁ ବାହାରି ୧୨ଟା ୨୫ରେ ଝାରସୁଗୁଡ଼ା ପହଞ୍ଚିବ ଓ ଝାରସୁଗୁଡ଼ାରୁ ଅପରାହ୍ଣ ୪ଟା୧୦ରେ ଉଡାଣ ଭରି ସଂଧ୍ୟା ୬ଟା୫ରେ ହାଇଦ୍ରାବାଦ ପହଞ୍ଚିବ  । ସେହିପରି ଝାରସୁଗୁଡ଼ାରୁ ପ୍ରତିଦିନି ଅପରାହ୍ଣ୧୨ଟା ୪୫ରେ ଉଡ଼ାଣ ଭରି ଅପରାହ୍ଣ ୨ଟା ୫ରେ କଲିକତାରେ ପହଞ୍ଚିବ । ଅପରାହ୍ଣ ୨ଟାରେ କୋଲକତାରୁ ବିମାନ ବାହାରି ୩ଟା ୩୫ରେ ଝାରସୁଗୁଡ଼ା ପହଞ୍ଚିବ । କେବଳ ବୁଧବାରକୁ ବାଦ ଦେଲେ ଅନ୍ୟ ସବୁଦିନ ଦିଲ୍ଲୀ ବିମାନ ବନ୍ଦରରୁ ଅପରାହ୍ଣ ୧ଟା ୧୦ରେ ସ୍ପାଇସ ଜେଟର ବିମାନ ଉଡାଣ ଭରି ୨ଟା ୫୦ରେ ଝାରସୁଗୁଡ଼ା ପହଞ୍ଚିବ ଓ ଅପରାହ୍ଣ ୩ଟା୨୦ରେ ଝାରସୁଗୁଡାରୁ ଉଡାଣ ଭରି ୫ଟା ୩୫ରେ ଦିଲ୍ଲୀ ପହଞ୍ଚିବ । ଅନ୍ୟପଟେ ଏଲାଇନ୍ସ ଏୟାରର ବିମାନ ସକାଳ ୫ଟା ୫୫ରୁ କଲିକତାରୁ ଉଡ଼ାଣ ଭରି ୭ଟା ୩୫ରେ ଝାରସୁଗୁଡ଼ା ପହଞ୍ଚିବ । ଝାରସୁଗୁଡାରୁ ୮ଟା୧୦ରେ ଉଡ଼ାଣ ଭରି ୯ଟା୧୫ରେ ଭୁବନେଶ୍ୱର ପହଞ୍ଚିବ । ଭୁବନେଶ୍ୱରରୁ ପୁଣି ୯ଟା୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ା ପହଞ୍ଚିବ ଏବଂ ଝାରସୁଗୁଡ଼ାରୁ ୧୧ଟା ୩୦ରେ ବାହାରି ଅପରାହ୍ଣ ୧ଟାରେ କଲିକତା ପହଞ୍ଚିବ ।

ଝାରସୁଗୁଡ଼ାରୁ ବିମାନ ଚଳାଚଳ ଆରମ୍ଭ ପାଇଁ ନିଷ୍ପତ୍ତି ପରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ସହ ଯାତ୍ରୀଙ୍କ ପାଇଁ ନୂତନ ଗାଇଡ ଲାଇନ ମଧ୍ୟ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାରଙ୍କ ଏସଓପିକୁ ଆଧାର କରି ଝାରସୁଗୁଡା ବିମାନବନ୍ଦରରେ କିପରି ସୁରକ୍ଷିତ ଯାତ୍ରା କରିବେ ବିମାନ ଯାତ୍ରୀ ସେଥିପାଇଁ ଜିଲ୍ଲାପାଳ, ଏସପି ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଓ ଏସପି ବିମାନବନ୍ଦରକୁ ଯାଇ ସରଜମିନ ତଦନ୍ତ କରି ବିମାନଯାତ୍ରୀଙ୍କ ସ୍କ୍ରିନିଂ କରିବାକୁ ଗୋଟିଏ କାଉଣ୍ଟର ଖୋଲିବା ନେଇ ନିର୍ଦ୍ଦେଶ ଦେଇଥିଲେ । ପ୍ରଶାସନ ପକ୍ଷରୁ ବିମାନଯାତ୍ରୀଙ୍କ ରେଜିଷ୍ଟ୍ରେସନକୁ ବାଧ୍ୟତାମୂଳକ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିଭଳି କେନ୍ଦ୍ର ସରକାରଙ୍କ ଏସଓପି ପାଳନ କରାଯିବ ବୋଲି ଜିଲ୍ଲାପାଳ ଓ ଏସପି କହିଛନ୍ତି  ।

Comments are closed.