ଭାରତୀୟ ଏଣିକି ଯାଇପାରିବେ ଜର୍ମାନୀ

ନୂଆଦିଲ୍ଲୀ : ଭାରତର ଯାତ୍ରୀ ଏବେ ଜର୍ମାନୀ ଯାଇପାରିବେ। କରୋନା ପାଇଁ ଜାରି ହୋଇଥିବା କଟକଣାକୁ ଜର୍ମାନୀ ହଟାଇଛି। ଜର୍ମାନୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ଭାରତ,ନେପାଳ, ଋଷିଆ, ପର୍ତ୍ତୃଗାଲ ଓ ବ୍ରିଟେନରେ ଡେଲଟା ଭାରିଆଣ୍ଟ ବ୍ୟାପିଥିବାରୁ ଏହି ଦେଶ ଗୁଡିକୁ ଯାତ୍ରା ପାଇଁ କଟକଣା ଜାରି କରାଯାଇଥିଲା।
ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ କରାଯାଇଛି। ଯେକୌଣସି ନାଗରିକ ଏଣିକି ଜର୍ମାନୀ ଯାଇପାରିବେ। ଏହାସହ ସଂକ୍ରମଣ ରୋକିବାକୁ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଜର୍ମାନୀର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବାନୁଯାୟୀ, ଜର୍ମାନୀରେ ଡେଲଟା ଭାରଆଣ୍ଟ ପ୍ରଭାବଶାଳୀ ରହିଛି। ବାହାର ଦେଶର ଯାତ୍ରୀମାନଙ୍କ ଉପରେ ଥିବା କଟକଣାକୁ ହଟାଇଦିଆଯାଇଛି।

Comments are closed.