ଆଜି ପହଞ୍ଚିବ ସ୍ବତନ୍ତ୍ର ବିମାନ

ଭୁବନେଶ୍ବର : ଆଜି ଏଲିଆନ୍ସ ଏୟାର ଏକ ସ୍ବତନ୍ତ୍ର କାର୍ଗୋ ବିମାନ ଭୁବନେଶ୍ବରରେ ପହଞ୍ଚିବ। ଏଥିରେ ନମୁନା ପରୀକ୍ଷା କିଟ୍ ସହ କେନ୍ଦ୍ର ସରକାରଙ୍କର ଏକ ଟିମ୍ ଆସୁଥିବା ଜଣାପଡ଼ିଛି।
ଏଏଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ବିମାନ ନୂଆଦିଲ୍ଲୀରୁ ସକାଳ ୧୦ଟା ସମୟରେ ଯାତ୍ରା ଆରମ୍ଭ କରି ଭୋପାଳରେ ଅବତରଣ କରିବ। ସେଠାରୁ ଯାତ୍ରା ଆରମ୍ଭ କରି ଅପରାହ୍ନ ୨ଟା ସମୟରେ ଏହି ବିମାନ ଭୁବନେଶ୍ବରରେ ପହଞ୍ଚିବ। ପରେ ଏଠାରୁ ଦିନ ୩.୧୦ରେ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିବ ଏବଂ ସେଠାରୁ ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବ। ଭାରତ ସରକାରଙ୍କ ଅଧିକାରୀଙ୍କ ଏକ ଟିମ୍ ଏହି ବିମାନରେ ଭୁବନେଶ୍ବର ଆସୁଥିବା ଜଣାପଡ଼ିଛି।

Comments are closed.