ସୁନ୍ଦରଗଡ଼ ସହରରେ ପୁଲିସର ଫ୍ଲାଗ ମାର୍ଚ୍ଚ

ସୁନ୍ଦରଗଡ଼: ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଥିବା ବେଳେ ଲୋକଙ୍କ ମନରେ ନିର୍ଭୟତା ଓ ସୁରକ୍ଷିତ ଭାବନା ଆଣିବା ପାଇଁ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରାଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ପୁଣି ୩ ପ୍ଲାଟୁନ ପୁଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚ କରିଛନ୍ତି। ଏହି ଫ୍ଲାଗ ମାର୍ଚ୍ଚ ମୁଣ୍ଡାପଡ଼ାରୁ ଆରମ୍ଭ ହୋଇ ମହାନ୍ତିଆପଡ଼ା, ରିଜେଣ୍ଟମାର୍କେଟ, ପଞ୍ଚମୁଖୀ ଛକ, ପୁରୁଣା ବସଷ୍ଟାଣ୍ଡ ଛକ, ଡ଼ିଆରଡ଼ିଏ ଛକ ହୋଇ ହସ୍ପିଟାଲ ଛକ ଓ ଶଙ୍କରାରେ ସମାପ୍ତ ହୋଇଥିଲା। ଏହି ଫ୍ଲାଗ ମାର୍ଚ୍ଚରେ ପ୍ରୋବେଶସନର ମହିଳା ଡ଼ି.ଏସ.ପି ମଧୁଶିକ୍ତା ମିଶ୍ର, ପ୍ରଶାନ୍ତ ସାହୁ ଓ ଟାଉନ ଥାନା ଅଧିକାରୀ ବିଭତ୍ସ ପ୍ରଧାନ ସମେତ ବହୁ ଅଧିକାରୀ ସାମିଲ ଥିଲେ।

Comments are closed.