ଆତଙ୍କବାଦୀ ଗୋଷ୍ଠୀରେ ଯୋଗ ଦେଇଥିବା ୫ ଯୁବକଙ୍କ ଆତ୍ମସମର୍ପଣ

ଜାମ୍ମୁ : କାଶ୍ମୀର ଉପତ୍ୟକାରେ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ସହ ଯୋଗ ଦେଇଥିବା ୫ ଜଣ ଯୁବକ ଆତ୍ମସମର୍ପଣ କରିଛନ୍ତି । ହିଂସାର ପଥ ପରିହାର କରି ମୁଖ୍ୟସ୍ରୋତକୁ ଫେରିଆସିବା ଲାଗି ସେମାନେ ଆତ୍ମସମର୍ପଣ କରିଛନ୍ତି ।

କୁଲ୍‍ଗାମ୍‍ ପୁଲିସ୍‍ ଓ ସେମାନଙ୍କ ପରିବାରଗୁଡ଼ିକ ତରଫରୁ କ୍ରମାଗତ ମିଳିତ ଉଦ୍ୟମ ଫଳରେ ଏହି ଯୁବକମାନେ ମୁଖ୍ୟସ୍ରୋତକୁ ଫେରି ଆସିବାପାଇଁ ଆତ୍ମସମର୍ପଣ କରିଛନ୍ତି । ନିରାପତ୍ତା ଦୃଷ୍ଟିରୁ ପୁଲିସ ପକ୍ଷରୁ ସେମାନଙ୍କ ପରିଚୟକୁ ପ୍ରକାଶ କରାଯାଇ ନାହିଁ । ସ୍ଥାନୀୟ ଯୁବକମାନଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବା ପାଇଁ ସରକାରଙ୍କ ପ୍ରୟାସକୁ ଏହାଦ୍ବାରା ସଫଳତା ମିଳିଛି।

Comments are closed.