କାନପୁରରୁ ୫ ପିଏଫଆଇ ସଦସ୍ୟ ଗିରଫ, ସିଏଏ ବିରୋଧୀ ହିଂସା କରାଉଥିଲେ

କାନପୁର: ସିଏଏ, ଏନଆରସି ଓ ଏନପିଆର ବିରୋଧରେ ସାରା ଦେଶରେ ହିଂସାର ବାତାବାରଣ ଲାଗି ରହିଛି। ଏଭଳି ପରିସ୍ଥିତିରେ କାନପୁର ସମେତ ଅନ୍ୟ ଜିଲାରେ ସିଏଏ ଓ ଏନଆରସି ବିରୋଧରେ ହିଂସା ସୃଷ୍ଟି କରାଉଥିବା ପିଏଫଆଇ(ପପୁଲାର ଫ୍ରଣ୍ଟ ଅଫ୍‍ ଇଣ୍ଡିଆ)ର ୫ ଜଣ ସଦସ୍ୟଙ୍କୁ କାନପୁରରୁ ଗିରଫ କରାଯାଇଛି। ପିଏଫଆଇର ଏହି ସଦସ୍ୟଙ୍କ ବିରୁଦ୍ଧରେ କାନପୁରର ବାବୁପୁର୍‍ୱା ଓ ୟତିମଖାନାରେ ହିଂସା ପାଇଁ ଉସୁକାଉଥିବା ଅଭିଯୋଗ ହୋଇଛି। କାନପୁରର ଗିରଫ ହୋଇଥିବା ଏହି ସଦସ୍ୟମାନେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକ୍ରମର ବିରୋଧ କରିବା ପାଇଁ ଏକତ୍ର ହୋଇଥିଲେ।

Comments are closed.