ଫାଇଭ ଅନ୍‍ ଫାଇଭ ୨୦୨୧ ଜାତୀୟ ଫାଇନାଲ ପାଇଁ ସ୍ପିଡ ଫୋର୍ସର ଯୋଗ୍ୟତା ଅର୍ଜନ

ଭୁବନେଶ୍ୱର : ବିଶ୍ୱସ୍ତରରେ ସୁପ୍ରତିଷ୍ଠିତ ଫାଇଭ-ଅନ୍‍-ଫାଇଭ ଫୁଟବଲ ଟୁର୍ଣ୍ଟାମେଣ୍ଟ ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ଭୁବନେଶ୍ୱର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ ସ୍ପିଡଫୋର୍ସ ବିଜୟୀ ହୋଇଛି। ଚଳିତ ସେପ୍ଟେମ୍ବର ମାସ ୧୧ ଓ ୧୨ ତାରିଖରେ ଭୁବନେଶ୍ୱରସ୍ଥିତ କିଟ୍‍ ଠାରେ ଅନୁଷ୍ଠିତ ସ୍ପିଡଫୋର୍ସ ୧-୦ରେ ବିଜୟ ହାସଲ କରିଥିଲା। ଏହି ସହର ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତାରେ ୩୨ଟି ଦଳ ସେମାନଙ୍କର ସର୍ବୋତ୍ତମ ପ୍ରଦର୍ଶନ କରିଥିଲେ। ଫାଇନାଲ ମ୍ୟାଚରେ ସ୍ପିଡ ଫୋର୍ସ ତ୍ରୁଟିଶୂନ୍ୟ ଭାବରେ ଖେଳି ମ୍ୟାଚକୁ ୧-୦ରେ ଜିତିବା ସହିତ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ଜାତୀୟ ସ୍ତର ଫାଇନାଲରେ ପ୍ରତିନିଧିତ୍ୱ କରିବାକୁ ନିଜ ପାଇଁ ଏକ ସ୍ଥାନ ହାସଲ କରିଛି।
ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ୨୦୨୧ ସହର ଯୋଗ୍ୟତାପର୍ଯ୍ୟାୟ ପ୍ରତିଯୋଗିତା ୨୦୨୧ ଅଗଷ୍ଟ ୨୧ ତାରିଖରେ ଆରମ୍ଭ ହୋଇଥିଲା ଏବଂ ଏହା ଚଳିତ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଭୁବନେଶ୍ୱର, ଇନ୍ଦୋର, ଅହମଦାବାଦ, ଜୟପୁର, ବାଙ୍ଗାଲୋର, ଲକ୍ଷେ୍ନା÷, ପୁନେ, କୋଲକାତା, ଚେନ୍ନଇ, ସିଲିଗୁଡି, ମୁମ୍ବଇ, ଦିଲ୍ଲୀ, ହାଇଦରାବାଦ, ଜଳନ୍ଧର, ଦିମାପୁର, କୋଚି, ଚଣ୍ଡିଗଡ ଏବଂ ଗୋଆ ଆଦି ୧୮ଟି ସହରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାତାରଠାରେ ରେଡ ବୁଲ୍‍ ନେମାର ଜୁନିୟରସ୍‍ ଫାଇଭ ୨୦୨୧ ବିଶ୍ୱ ଫାଇନାଲ ଖେଳାଯିବ। ସେଥିରେ ସ୍ଥାନ ପାଇବାକୁ ରେଡ ବୁଲ ନେମାର ଜୁନିୟରସ୍‍ ଫାଇଭ ଜାତୀୟ ଫାଇନାଲରେ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ଦଳଗୁଡିକ ପ୍ରତିଯୋଗିତା କରିବେ।

Comments are closed.