ଏନୱାଇକେ ପକ୍ଷରୁ ଫିଟ୍‍ ଇଣ୍ଡିଆ ପ୍ରଭାତଫେରୀ ୬ ଦିନିଆ କାର୍ଯ୍ୟକ୍ରମ

ଫୁଲବାଣୀ: ଫୁଲବାଣୀରେ ନେହେରୁ ଯୁବ ସଂଗଠନ ପକ୍ଷରୁ ଫିଟ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ୬ ଦିନିଆ ପ୍ରଭାତଫେରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ମାଦିକୁନ୍ଦା ରିଜର୍ଭ ପୋଲିସ ପଡିଆଠାରେ ଆରମ୍ଭ କରାଯାଇଛି। ଏଥିରେ ଏନୱାଇକେର ପରିଚାଳନା ଦାୟୀତ୍ୱରେ ଥିବା ସତ୍ୟବାନ ଦଳବେହେରାଙ୍କ ନେତୃତ୍ୱରେ ଲୋକଙ୍କୁ ସକାଳୁ ବ୍ୟାୟାମ କରିବା ସହିତ ସେମାନେ କିପରି ସୁସ୍ଥ ରହିବେ ସେଥିପାଇଁ ସଚେତନତା କରାଯିବ ବୋଲି କହିଛନ୍ତି ସତ୍ୟବାନ ଦଳବେହେରା।ଏହି ଅଭିଯାନରେ ଅନୁଷ୍ଠାନର ସ୍ୱେଛାସେବୀ ଏବଂ ସକାଳୁ ବ୍ୟାୟାମ କରୁଥିବା ଯୁବକ ମାନେ ମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ଫୁଲବାଣୀ ସମେତ ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ମଧ୍ୟ ଲୋକଙ୍କୁ ସଚେତନ କରାଯିବାର କାର୍ଯ୍ୟକ୍ରମ ରହିଛି।

 

Comments are closed.