ସମୁଦ୍ର ମଝିରେ ବୋଟ୍ ; ଫସି ରହିଛି ୭ ମତ୍ସ୍ୟଜୀବୀ

ପାରାଦ୍ବୀପ : ପାରାଦ୍ବୀପ ସମୁଦ୍ରରେ ଫସି ରହିଛି ମତ୍ସ୍ୟଜୀବୀଙ୍କ ବୋଟ୍। ସେଥିରେ ଥିବା ୭ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଫସି ରହିଛନ୍ତି। ସମୁଦ୍ରରେ ଭଟ୍ଟା ଥିବାରୁ ସେମାନଙ୍କୁ ଉଦ୍ଧାର କରିବାରେ ସମସ୍ୟା ଦେଖା ଦେଇଛି। ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଅନ୍ୟ ବୋଟ୍ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ଉକ୍ତ ବୋଟ୍ କୁ ଟାଣିବା ପାଇଁ ପ୍ରୟାସ ଜାରି ରହିଛି।

କିଛି ଦିନ ତଳେ ପାରାଦ୍ବୀପ ବନ୍ଦର ପକ୍ଷରୁ ଏହି ମୁହାଣ ଖୋଳା ଯାଇଥିଲା। ବୋଟ୍ ଟି ମୁହାଣରୁ ବାହାରି ଯିବା ମାଛ ମାରିବା ପାଇଁ ଯିବା ସମୟରେ ବାଲିରେ ଫସି ରହିଛି। ଓଁ ବାସୁଦେବ-୨ ନାମକ ଉକ୍ତ ବୋଟ୍ ଟି  ଚନ୍ଦ୍ର ଶେଖର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ମେରାଇନ୍ ପୁଲିସ୍ ପହଞ୍ଚି ନାହିଁ।

Comments are closed.