ଓଡ଼ିଶାକୁ ମିଳିବ ‘ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର’

ଭୁବନେଶ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ମତ୍ସ୍ୟଚାଷ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଭାରତ ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ୱାରା ‘ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ପୁରସ୍କାର’ ପାଇବା ପାଇଁ ଓଡ଼ିଶା ମନୋନୀତ ହୋଇଛି । ବିଶ୍ୱ ମତ୍ସ୍ୟ ଦିବସ ଅବସରରେ ନଭେମ୍ବର ୨୧ ତାରିଖ ଦିନ ମତ୍ସ୍ୟ ଉତ୍ପାଦନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

Comments are closed.