ବୈତରଣୀ ନଦୀ ଅଙ୍କୁରା ଘାଟରେ ମାଛ ଧରାଳି ନିଖୋଜ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବୈତରଣୀ ନଦୀର ଅଙ୍କୁରା ଘାଟରେ ଏକ ଫାଶିଜାଲ ସାହାଯ୍ୟରେ ମାଛ ଧରୁଥିବା ମୋହନ ନାଏକ(୫୫) ନାମକ ବ୍ୟକ୍ତି ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଜଣାପଡିଛି । ଖବର ପାଇ ପାଟଣା ଅଗ୍ନିଶମ ବାହିନୀ ଅଙ୍କୁରା ଘଟଣାରେ ପହଞ୍ଚି ଅଙ୍କୁରା ଘାଟ ଓ ନଦୀର ଆଖପାଖରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ମୋହନର କୌଣସି ପତ୍ତା ମିଳି ନାହିଁ।

Comments are closed.