ମତ୍ସ୍ୟ ବିଭାଗ ତରଫରୁ ସ୍ପଷ୍ଟୀକରଣ; ମାଛରେ ନାହିଁ ଫର୍ମାଲିନ

0

କଟକ; ଫର୍ମାଲିନ ସନ୍ଦେହରେ କଟକ,ଭୁବନେଶ୍ୱର,ବ୍ରହ୍ମପୁର,ରାଉରକେଲା ଆଦି ବିଭିନ୍ନ ଅଞ୍ଚଳରେ ସିଏମସି ଓ ବିଏମସି କର୍ତ୍ତୁପକ୍ଷ ତରଫରୁ ଚଢଉ କରାଯାଇଥିଲା।ଆଜି ବିଭିନ୍ନ ମାଛ ମାନଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇ ମାଛରେ ଫର୍ମାଲିନ ମିଶି ନ ଥିବାର ଜଣାପଡ଼ିଛି। ଖାଉଟି ଓ ବ୍ୟବସାୟୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ମତ୍ସ୍ୟ ଓ ପଶୁ ବିଭାଗ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ଜାରି ରହିବ। ମାଛରେ ଫର୍ମାଲିନ ମିଶିଛି ନା’ ନାଇଁ ଏଥିପାଇଁ ସିଫରି ,ବାଇକପୁର ଓ କୋଚି ସ୍ଥିତ ସିଫ୍ଟରୁ ପରୀକ୍ଷା କିଟ ଆସିଛି। ମଧୁର ମାଛରେ ଫର୍ମାଲିନ ମିଶିବା ସମ୍ଭାବନା ନାହିଁ ବୋଲି ମଧ୍ୟ ଜଣାପଡ଼ିଛି।

Leave A Reply