ବିରଳ ପ୍ରାୟ ମାଛ…ଦେଖନ୍ତୁ ଭିଡ଼ିଓ

ଦେବଗଡ଼ : ତିଲେଇବଣି ବ୍ଲକ ଛେପିଲିପାଲି ପଂଚାୟତ ଅନ୍ତର୍ଗତ ରଙ୍ଗମାଟିଆ ଗ୍ରାମ ନିକଟସ୍ଥ ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରର ତୋଡାପାଣିରୁ ଏକ ବିରଳ ପ୍ରାୟ ମାଛ ଉଦ୍ଧାର କରାଯାଇଛି। ୩ ଦିନ ପୂର୍ବେ ଧୋବଲିପଥର ଗ୍ରାମର ସ୍ୱପ୍ନ ଧିବର ନାମକ ଜଣେ ମତ୍ସ୍ୟଜୀବୀ ଡଙ୍ଗା ଯୋଗେ ମାଛ ମାରୁଥିବାବେଳେ ଜାଲରେ ଏହି ମାଛଟି ପଡିଥିଲା। ମାଛଟିକୁ ବାହାରକୁ ଆଣିବାପରେ ବିରଳ ପ୍ରାୟ ଏହି ମାଛଟିକୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ଼ ଜମିଥିଲା। ତେବେ ଏହାର କିଛି ସମୟପରେ ମତ୍ସ୍ୟଜୀବୀ ଶ୍ରୀ ଧିବର ମାଛଟିକୁ ନମାରି ଲୋକଙ୍କ ସମ୍ମୁଖରେ ମାଛଟିକୁ ପୁଣିଥରେ ପାଣିରେ ଛାଡିଦେଇଥିଲେ।

Comments are closed.