ଆମ ରାଜ୍ୟର ଏହି ସ୍ଥାନରେ ଧରା ହେଲା ଏମତି ଏକ ମାଛ, ଯାହାର ଦାମ ୩ଲକ୍ଷ ୧୦ ହଜାର ଟଙ୍କା

ଧାମରା (ନିପ୍ର):ଧାମରାରେ ବର୍ଷା ଦିନରେ ମତ୍ସ୍ୟଜୀବୀଙ୍କ ମୁହଁରେ ହସ । ଶୁକ୍ରବାରରେ ଜଣେ ବୋଟର ମାଲିକ ଗୋଟିଏ ମାଛକୁ ୩ଲକ୍ଷ ୧୦ହଜାର ଟଙ୍କାରେ ବିକ୍ରି କରିଛନ୍ତି । ଏହି ୩୨ କେଜି ଓଜନର ଶିଳା(ତେଲିଆ) ମାଛ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଗ୍ରାମର ହାପିଜ ଉଲ୍ଲାଙ୍କ ବୋଟରେ ଧରାଯାଇଥିଲା । ସଂପୃକ୍ତ ବୋଟ ମାଲିକ ସେହି ମାଛକୁ ଆଣି ଚନ୍ଦନୀପାଳ ନିଲାମଗୃହରେ ନିଲାମ କରିଥିଲେ ।

ଏହି ୩୨କେଜି ଓଜନର ଶିଳା ମାଛଟିକୁ କୋଲକାତା ଅଂଚଳର ଜଣେ ବ୍ୟବସାୟୀ ୩ଲକ୍ଷ ୧୦ହଜାର ଟଙ୍କାରେ ନିଲାମ ଧରି କୋଲକାତା ଚାଲାଣ କରିଥିବା ଜଣାଯାଇଛି । ଏହି ମାଛର ବିଭିନ୍ନ ଅଂଶ ଔଷଧ ନିର୍ମାଣ ହେଉଥିବା ବେଳେ ଏହି ମାଛର ମାଂସ ମଧ୍ୟ ଉଚ୍ଚ ଦରରେ ବିକ୍ରି ହୋଇଥାଏ ବୋଲି ସଂପୃକ୍ତ ବ୍ୟବସାୟୀ ଜଣକ ନିଜର ମତ ରଖିଥିଲେ ।

Comments are closed.