ସୁସ୍ଥ ତ୍ବଚା ଓ କେଶ ପାଇଁ ମାଛ ତେଲ ବ୍ୟବହାର, ଜାଣନ୍ତୁ ଉପାୟ

0

ମାଛ ଶରୀର ଓ ତ୍ବଚା ପାଇଁ ଲାଭକାରୀ ବୋଲି ଡାକ୍ତରମାନେ ମାଛ ଖାଇବାକୁ ପରାମର୍ଶ ଦିଅନ୍ତି । କେବଳ ଯେ ମାଛ ଖାଇବା ଶରୀର ପାଇଁ ଉପକାରୀ ତାହା ନୁହେଁ, ମାଛ ତେଲ ମଧ୍ୟ ସୁନ୍ଦର ତ୍ବଚା ଓ କେଶ ପାଇଁ ଅନେକ ଲାଭଦାୟକ । ଏଥିରେ ଓମେଗା ୩ ଫେଟି ଏସିଡ ଥାଏ । ଯାହା ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ କେଶକୁ ଘନ ଓ ଲମ୍ବା କରିଥାଏ । ଏହା ସହ ହୃଦୟ ଓ ବୃକକ୍ କୁ ମଧ୍ୟ ସୁସ୍ଥ ରଖିଥାଏ । ତେବେ ଆସନ୍ତୁ ଜାଣିବା ମାଛ ତେଲ ବ୍ୟବହାର କରି କିପରି ତ୍ବଚା ଓ କେଶ କୁ ସୁସ୍ଥ ରଖିପାରିବେ ।

ମାଛ ତେଲରେ ଆଣ୍ଟି-ଇନଫ୍ଲାମେଟୋରି ଥିବା କାରଣରୁ ଏହା ତ୍ବଚା ସଂକ୍ରାମଣରୁ ରକ୍ଷା କରେ ।
ଏହା ତ୍ବଚାକୁ ମଶ୍ଚରାଇଜ୍ କରେ ।
ମୁହଁରେ ବ୍ରଣ ହେବାକୁ ଦିଏ ନାହିଁ ।
କେଶ ଝଡିବା ବନ୍ଦ କରେ ।
କେଶ ଘନ ଓ ଲମ୍ବା କରେ ।

ବ୍ୟବହାରର ସଠିକ୍ ଉପାୟ

ଏବେ ବଜାରରେ ମାଛ ତେଲ କ୍ୟାପସୁଲ ଉପଲବ୍ଧ । ୫ଟି ମାଛ ତେଲର କ୍ୟାପସୁଲ ନେଇ ସେଥିରୁ ତେଲ ବାହାର କରନ୍ତୁ । ତୁଳା ବା କଟନ ପ୍ୟାଡ ସାହାଯ୍ୟରେ ଏହି ତେଲକୁ ଚେହେରାରେ ଲଗାନ୍ତୁ । ୧୦ ମିନିଟ୍ ପରେ ଉଷୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ । କିଛି ଦିନ ପରେ ଏହାର ଚେହେରାର ଚମକ୍ ଜାଣିପାରିବେ ।

pic courtesy only my health

ଦୁଇ ଚାମଚ ଅଲିଭ ତେଲ ନେଇ ସେଥିରେ ଦୁଇଟି ମାଛ ତେଲ କ୍ୟାପସୁଲ ମିଶାନ୍ତୁ । ଏହାର ଭଲ ଭାବରେ ମିଶାଇ ଦିଅନ୍ତୁ । ପରେ ଏହି ତେଲକୁ କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ । ଦୁଇ-ତିନି ଘଣ୍ଟା ପରେ କେଶ ଶାମ୍ପୁ କରି ଦିଅନ୍ତୁ ।

Leave A Reply