ଆଇସିୟୁରେ ଖେଳୁଛନ୍ତି ମାଛ, ବର୍ଷା ପାଣି ପଶିବା ପରେ ବିହାର ରାଜଧାନୀରେ ଥିବା ସରକାରୀ ଡାକ୍ତରଖାନା ଅବସ୍ଥା ଖରାପ

0

ପାଟଣା:  ପ୍ରବଳ ବର୍ଷା ପରେ ବିହାରର ଅନେକାଂଶରେ ବର୍ଷା ପାଣି ଜମି ରହିବାରୁ ସାଧାରଣ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ପଡିଛି । ବିହାରର ରାଜଧାନୀରେ ଥିବା ସରକାରୀ ଡାକ୍ତରଖାନାରେ ପାଣି ପଶି ଯାଇଛି ।  ଡାକ୍ତରଖାନାର ଆଇସିୟୁର ଅବସ୍ଥା ଅତି ଖରାପ ।  ସେଠାରେ ମାଛ ଖେଳୁଛନ୍ତି । ଅନେକ ରୋଗୀ ବାଧ୍ୟ ହୋଇ ଏହି ପରିବେଶରେ ଚିକିତ୍ସିତ ହେଉଛନ୍ତି ।  ଡାକ୍ତର ଓ ନର୍ସମାନେ ବାଧ୍ୟ ହୋଇ ଏହି ପରିବେଶରେ ରୋଗୀଙ୍କର ଚିକିତ୍ସା କରୁଛନ୍ତି । ପାଟଣାର  ନାଳନ୍ଦା ସରକାରୀ ଡାକ୍ତରାଖାନାରେ ଏହି ଅବସ୍ଥା ଦେଖିବାକୁ ମିଳୁଛି । ଆଇସିୟୁରେ ପାଣି ପଶିବା ସହ ସେଠାରେ ମାଛ ଖେଳୁଥିବା ଦେକିବାକୁ ମିଳିଛ ।

ପାଟଣାର ଏହି ସରକାରୀ ଡାକ୍ତରଖାନା ପ୍ରାୟ ୧୦୦ ଏକ ଜାଗା ନିର୍ମାଣ କରାଯାଇଛି । ଏଥିରେ ୭୫୦ଟି ବେଡ୍‌ ରହିଛି । ମାତ୍ର ଡାକ୍ତରଖାନା ପରିସରରେ ବର୍ଷା ପାଣି ଜମି ରହିଥିବା , ପ୍ରଶାସନ ଏହାର ନିଷ୍କାସନ ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରି ନଥିବା ଅଭିଯୋଗ ହୋଇଛି ।

Leave A Reply