ପିଆଜ ଫ୍ରାଏ ମାଛ

ଆବଶ୍ୟକ ସାମଗ୍ରୀ
ମାଛ – ୫୦୦ ଗ୍ରାମ
କଟା ପିଆଜ – ୨ଟି
ତେଜପତ୍ର – ୨ଟି
ଲବଙ୍ଗ , ଡ଼ାଲଚିନି, ଗୋଲମରିଚ – ୨ଟି
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
କଟା ଟମାଟୋ – ୧ଟି
ଗରମ ମସଲା – ଅଳ୍ପ
ଅଦା , ପିଆଜ, ରସୁର ବଟା – ୩ ଚାମଚ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳି – ପ୍ରଥମେ ମାଛକୁ ଭଲ ଭାବେ ଧୋଇ ସେଥିରେ ହଳଦୀ ଗୁଣ୍ଡ, ଲୁଣ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ମାଛକୁ ଭଲ ଭାବେ ଛାଣି ଦିଅନ୍ତୁ। ଛାଣିବା ପରେ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ପୁଣି ତେଲ ଗରମ କରି ତେଜପତ୍ର, ଲବଙ୍ଗ , ଡ଼ାଲଚିନି, ଗୋଲମରିଚ ପକାଇ ଭାଜନ୍ତୁ। ଭାଜିବା ପରେ କଟା ପିଆଜ ପକାଇ ଭାଜନ୍ତୁ।ପିଆଜ ଭାଜି ହୋଇଗଲେ ପିଆଜ ଅଦା ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ଗରମ ମସଲା, ବିଲାତି , ସାମାନ୍ୟ ପାଣି ପକାଇ ଭଲ ଭାବେ କଷି ଦିଅନ୍ତୁ। କଷିବା ପରେ ଭଜା ମାଛକୁ ପକାଇ ଗୋଳାଇ ୧ ମିନିଟ ଗ୍ୟାସରେ ବସାଇ ଏକ ପାତ୍ରକୁ କାଢି ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପିଆଜ ଫ୍ରାଏ ମାଛ।

Comments are closed.