ପିଠଉ ମାଛ ଛଣା

ଆବଶ୍ୟକ ସାମଗ୍ରୀ
ମାଛ – ୫ରୁ ୬ ଖଣ୍ଡ
ଲୁଣ – ସ୍ୱାଦ ଅନୁଯାୟୀ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କାଗୁଣ୍ଡ – ଅଳ୍ପ
କଟା ପିଆଜ – ୨ଟି
ଗୋଟା ଜିରା – ୧ ଚାମଚରୁ କମ
ଧନିଆପତ୍ର – ଅଳ୍ପ
ତେଜପତ୍ର – ୨ଟି
ଗୁଜୁରାଟି – ୨ଟି
ଚାଉଳ ଆଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଭଲ ଭାବେ ଧୋଇ ଏଥିରେ ହଳଦୀ, ଲୁଣ ଗୋଳାଇ ଦିଅନ୍ତୁ। ଆଣରେ ଲୁଣ, ହଳଦୀ, ଲୁଣ, କଟା ପିଆଜ, ଜିରା, ଧନିଆପତ୍ର, ତେଜପତ୍ର, ଗୁଜୁରାତି ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ରଖାଯାଇଥିବା ମାଛକୁ ଏହି ଆଣରେ ବୁଡାନ୍ତୁ। ଗ୍ୟାସ ଲଗାଇ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଆଣରେ ବୁଡ଼ାଇଥିବା ମାଛକୁ ଭଲ ଭାବେ ଛାଣି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢି ଖାଆନ୍ତୁ ଓ ମଜା ନିଅନ୍ତୁ। ପ୍ରସ୍ତୁତ ହୋଇଗଲା ପିଠଉ ମାଛ ଛଣା।

 

Comments are closed.