ଦହି ମାଛ ତରକାରୀ

0

ଆବଶ୍ୟକ ସାମଗ୍ରୀ
ମାଛ – ୫୦୦ ଗ୍ରାମ
ଦହି – ୧ କପ
କଟା ପିଆଜ- ୨ଟି
କଟା କଞ୍ଚା ଲଙ୍କା – ୨ଟି
ରସୁଣ ବଟା – ୩ ଚାମଚ
ସୋରିଷ ବଟା – ୨ଚାମଚ
ସୋରିଷ ତେଲ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
ଲୁଣ – ଆବଶ୍ୟକ ଅନୁଯାୟୀ
ଗୋଟା ସୋରିଷ – ଅଳ୍ପ
ଚିଲି ସସ – ଅଳ୍ପ
କଟା ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଭଲ ଭାବେ ଧୋଇ ହଳଦୀ ଗୁଣ୍ଡ ଓ ଲୁଣ ଗୋଳାଇ ୧୦ ମିନିଟ ରଖି ଦିଅନ୍ତୁ। ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ମାଛକୁ ଭାଜନ୍ତୁ। ଭାଜି ହେବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ କଡ଼େଇରେ ପୁଣି ତେଲ ଗରମ କରନ୍ତୁ। ଏହା ପରେ ଏଥିରେ ଗୋଟା ସୋରିଷ, କଟା ପିଆଜ, କଞ୍ଚା ଲଙ୍କା, ରସୁଣ ବଟା, ପକାଇ କିଛି ସମୟ କଷନ୍ତୁ। କଷି ହେବା ପରେ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, ଲୁଣ, ସୋରିଷ ବଟା ପକାଇ ପୁଣି ଭଲ ଭାବେ କଷନ୍ତୁ। ଏବେ ଏକ ପାତ୍ରରେ ଦହିରେ ସାମାନ୍ୟ ପାଣି ମିଶାଇ ଭଲ ଭାବେ ଫେଣ୍ଟି ଏହି କଷା ହେଉଥିବା ମସଲାରେ ପକାନ୍ତୁ। ଏହା ପରେ ଏଥିରେ ଚିଲି ସସ ପକାଇ ଭଜା ହୋଇ ରଖିଥିବା ମାଛକୁ ପକାନ୍ତୁ ଓ ଅଳ୍ପ ପାଣି ଦେଇ ୧୦ ମିନିଟ ଗ୍ୟାସରେ ବସାଇ ଧିମା ଆଞ୍ଚରେ ଫୁଟାନ୍ତୁ।

୧୦ ମିନିଟ ପରେ ଏହାକୁ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ମାଛ ତରକାରୀ।

Leave A Reply