ଲେମ୍ବୁପତ୍ର ମାଛ

ମାଛ – ୫୦୦ ଗ୍ରାମ
କଟା ରସୁଣ – ୨ଟି
କଟା ଅଦା – ଆବଶ୍ୟକ ପରିମାଣରେ
କଟା ଟମାଟୋ – ୧ଟି
ଜିରା – ଅଳ୍ପ
କଟା କଞ୍ଚା ଲଙ୍କା – ୩ଟି
କଟା ପିଆଜ – ୧ଟି
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ହଳଦୀ – ଆବଶ୍ୟକ ପରିମାଣରେ
କଟା ଲେମ୍ବୁ – ୧ଟି
ଗୋଟା ଲେମ୍ବୁ ପତ୍ର – ଅଳ୍ପ
ପାଣି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଛକୁ ଧୋଇ ହଳଦୀ ଗୁଣ୍ଡ, ଲୁଣ ଗୋଳାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା ପକାନ୍ତୁ। ଏବେ ଏଥିରେ କଟା କଟା ଟମାଟୋ ପକାଇ ଭାଜନ୍ତୁ। ଟମାଟୋ ଭଲ ଭାବେ ଭାଜି ହୋଇଗଲେ ପିଆଜ , ଅଦା , ରସୁଣ, କଞ୍ଚା ଲଙ୍କା, ପକାଇ ଭାଜନ୍ତୁ। ଏବେ ଏଥିରେ ମାଛ ପକାଇ ଭାଜନ୍ତୁ। ଏବେ ଏକ ପାତ୍ରରେ ପାଣି ଗରମ କରି ଏଥିରେ ଲେମ୍ବୁ ପତ୍ର ଭିଜାନ୍ତୁ। ଲେମ୍ବୁ ପତ୍ର ଛାଣି ଦେଇ ଏହାର ପାଣିକୁ ପ୍ରସ୍ତୁତ ହେଉଥିବା ମାଛରେ ପକାନ୍ତୁ। ଏବେ ଏଥିରେ ଲୁଣ, ଅଳ୍ପ ହଳଦୀ, ଅଳ୍ପ ଲେମ୍ବୁ ରସ ପକାଇ ଗ୍ୟାସରେ ୨ମିନିଟ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ଲେମ୍ବୁ ମାଛ।

Comments are closed.